Gīta

Sudhakara tu nirate

ସୁଧାକର ତୁ ନିରତେ

Text

1

ଚନ୍ଦ୍ର ନିନ୍ଦା ସୁଧାକର ତୁ ନିରତେ ବାଧା ଦେଉଅଛୁ କେତେ ସାଧାରଣ ମାର୍ଗେ ରହି ଉଦ୍ଧାର କର ସନ୍ତତେ

2

ଉଦୟ ହେଲେ ତୋହର ମୋଦ ହୁଅଇ ଲୋକର ହୃଦୟ ଭିତରେ ମୋର କଦନ ଦେଉ ମାତର

3

କାମ ସଖା ତୁ ହେବାରେ ବାମ ହେଉ ବାରେ ବାରେ ହିମଗୁଣ ଛାଡ଼ି ଏବେ ଝାମ ଦେଉ ନିରନ୍ତରେ

4

କବି ସୁଧାନିଧି ଭଣି କୃଷ୍ଣ ପାଦଯୁଗ ଗୁଣି ଅବିଳମ୍ବେ ରାଧା ପାଣି ଆର୍ତ୍ତେ ଭୃଙ୍ଗେ କହି ବାଣୀ

Sources

Cite this record


Last updated 2026-11-01. Record as JSON