Gīta

Ali parama sukhare

ଅଳି ପରମ ସୁଖରେ

Text

1

ଭ୍ରମର ନିନ୍ଦା ଅଳି ପରମ ସୁଖରେ ନଳିନ ପୂର୍ଣ୍ଣ କାସାରେ ମିଳି ମନ ଆନନ୍ଦରେ କେଳି କର ଅତ୍ୟନ୍ତରେ

2

କେତେ କରୁଛୁ ଝଙ୍କାର ମତେ କରି ଅହଙ୍କାର ଏତେ ସରି ହେଲେ ତୋର ଚିତ୍ତେ କିଛି ନୋହେ ଥିର

3

ମାନବତୀଙ୍କର ଚିତ୍ତ ଗାନରେ କରୁ ବ୍ୟଥିତ ଅନବରତରେ ଧୂର୍ତ୍ତ ତୁ ନ କର ସନ୍ତାପିତ

4

କହେ କବି ନିଶାନାଥ ଗୁଣି ଶ୍ରୀ କୃଷ୍ଣଚରିତ ରହେ ଶ୍ରୀ କିଶୋରୀ ପୁଣି ରୋଷେ କହେ ଏ ଭାଷିତ

Sources

Cite this record


Last updated 2026-11-01. Record as JSON