Gīta

Manda pala pika manda

ମନ୍ଦ ପାଳ ପିକ ମନ୍ଦ

Text

Ghoṣā

କୋକିଳ ନିନ୍ଦା ମନ୍ଦ ପାଳ ପିକ ମନ୍ଦ କାଳ ଆରେ ଆରେ

1

କଳକଣ୍ଠ ନାମ ତୋର କଳପିଛି ବେଦବର କାଳକଣ୍ଠ ହେବା ବଶୁଁ କାଳ ତୁ ବିରହିଣୀର

2

ପରଭୃତ ନାମ ବହୁ ପରକୁ ସନ୍ତାପ ବିହୁ ପରମ ବିବେକୀ ଜନେ ପରଶଂସା ହେବୁ କାହୁଁ

3

ଚିର ପ୍ରୀତିକି ହଜାଇ ପରରେ ମାଡ଼ୁଛି ଯେ ତୁହି ତାର ମନ ମୋହିବାକୁ ତୁ ରବ କର ସେଠାଇଁ

4

କବି ସୁଧାନିଧି ଭଣି କିଶୋରୀ ବଚନ ଗୁଣି ସବିକଳ ମନ ହୋଇ ଶ୍ରୀମତୀ କହନ୍ତି ପୁଣି

Sources

Cite this record


Last updated 2026-11-01. Record as JSON