Gīta

Samirana suna bare

ସମୀରଣ ଶୁଣ ବାରେ

Text

Ghoṣā

ପବନ ନିନ୍ଦା ସମୀରଣ ଶୁଣ ବାରେ ରେ ଏବେ ବାମ ନୁହ ମୋଠାରେ ରେ

1

ଦୈତ୍ୟ ନାମ ଯେବେ ସତ୍ୟ ବହୁ ତେବେ ଦୈତ୍ୟାରି କି ବାମକର ମନ୍ଦ ଭାବେ

2

ଜଗତପ୍ରାଣ ତୁ ଜଗତେ ପ୍ରମାଣ ଅଗତି ନ କର ଦୁଃଖିନୀକି ପୁଣି

3

ଅବଳାରେ କିମ୍ପା ତୁ ବଳୀ ନୋହିବୁ କବଳୁ ବଳିରୁ ଭୁଜଙ୍ଗରା ଠାବୁ

4

କହେ ରଘୁନାଥ କବି ନିଶାନାଥ ରହେ ଶ୍ରୀ କିଶୋରୀ କହିବା ତ୍ୱରିତ

Sources

Cite this record


Last updated 2026-11-01. Record as JSON