Gīta

E nisi ki kale kanta

ଏ ନିଶି କି କଲେ କାନ୍ତ

Text

Ghoṣā

ଏ ନିଶି କି କଲେ କାନ୍ତ ବିଷମ ଦଶାରେ ଲୋକ ହସାରେ ବସିଲା ବସାରେ ସଡ଼ିଗଲି ମୁଁ ଆସି

1

କହିଲେ ସେ ଯେତେ ଘେନି ତାହା ଚିତ୍ତେ କରିଥିଲି ସତ ପ୍ରତେ ଗୋ ଏବେ ତାଙ୍କ ଚିତ୍ତ ନ ରହିଲେ ସତେ କିମ୍ପା କଲେ ଏତେ ସରି ଗୋ ପ୍ରାଣମିତେ

2

ଆସିବେ ଅବଶ୍ୟ ବୋଲି ପ୍ରାଣଈଶ ଚାହୁଁଥିଲି ଦଶ ଦିଶ ଗୋ ସେ ମୋହର ଦୋଷ ନ ଦେଖି ନିରାଶ କଲେ ତ ସେ ରାସରସିକ ଏହା କିସ

3

ସେ ଯେଉଁ ଅନାଥା କରିଦେଲେ ନାଥ ଚାହୁ ପୁରୁଷାର୍ଥ ବ୍ୟର୍ଥ ଗୋ ଆଜ ମନୋରଥା ନୋହିବ କି ସାର୍ଥ କହେ ରଘୁନାଥ ଆସିବେ ଏବେ ନାଥ

Sources

Cite this record


Last updated 2026-11-01. Record as JSON