Eniki mun janili
ଏଣିକି ମୁଁ ଜାଣିଲି
Text
Ghoṣā
ଏଣିକି ମୁଁ ଜାଣିଲି ତାର ବିବେକ ଏତିକି ବୋଲି ଚିହ୍ନିଲି ଆଣି ନିକୁଞ୍ଜକୁ ଆସିବି ବୋଲି ସେ ଏଣିକି ନ ଆସି ରହିଲେ କା ରସେ
1
ସତ ବୋଲି ହେଜି ତା ଭାଷା ସହି ରହିଲି ଏ ଦୁଃଖକୁ ନିଶା ହିତ ତେଜି କଲେ ଏ ଲୋକହସା ହେଲି ଏତେ ସରି କରି ମୁଁ ଆଶା
2
ମଧୁ ନିଶି ଆସି ପାଉଛି ବିଧୁ କିରଣ ଅଧିକେ ବାଧୁଛି ମଧୁକର ରବ ଧୃତି ନେଉଛି ମାନି ତା ଭାଷାକୁ ଯାହା ହେଉଛି
3
କବି ସୁଧାନିଧି ଏ ବାଣୀ କହଇ ଶୁଣ ଗୋ ସୁବାଣୀ ନ ବିଚାର ଚିତ୍ତେ ମୁରଲୀପାଣି ନାଗର ଆସିବେ ସମୟ ଜାଣି