Gīta

Ehi pari sneha kari

ଏହି ପରି ସ୍ନେହ କରି

Text

Ghoṣā

ଏହି ପରି ସ୍ନେହ କରି ଥିଲେ ଦୁଃଖ କି ରହିବ ଗୋ

1

ଜଗି ବସିଥିବ ଯାହା ପାଇଁ ରଜନୀ ଗଲା ଉତ୍ତାରୁ ପାହି (ପାଇ) ସେହି ଆସି ହସି ହସି ଯେବେ ବଚନ କହିବ ଗୋ

2

ଅନେକ ଯତ୍ନେ ଲୋଡ଼ାଇ ପୁଣି ପକ୍ୱ ତାମ୍ବୂଳ କୁସୁମ ଆଣି ରଖି ରଖି ଗଲେ ଶୁଖି ତହିଁକି ସୁଖ ନୋହିବ ଗୋ

3

ଆଉ ଜଣକର ସଖୀ ତୁଲେ ଏକାନ୍ତରେ ବସି ଭାଳୁଥିଲେ ଜାଣି ଜାଣି ଶୁଣି ଶୁଣି ତାହା ଦେହ କି ସହିବ ଗୋ

4

ରଘୁନାଥ କବି ନିଶାନାଥ କହଇ ସକଳ ମନୋରଥ ପୂର୍ଣ୍ଣ ହେବା ପାଇଁ ଦିବା ନିଶି ପଥ କେ ଚାହିଁବ ଗୋ

Sources

Cite this record


Last updated 2026-11-01. Record as JSON