Gīta

Sangini rasa rangini bhuru bhangini

ସଙ୍ଗିନୀ ରସରଙ୍ଗିନୀ ଭୂରୁଭଙ୍ଗିନୀ

Text

1

ସଙ୍ଗିନୀ ରସରଙ୍ଗିନୀ ଭୂରୁଭଙ୍ଗିନୀ ରୁଷ ନା ରେ ହେମାଙ୍ଗୀରେ ବରଭଙ୍ଗରେ ସୁଅପାଙ୍ଗିରେ ତୁ ଅନାରେ । ସଙ୍ଗେ ମୋହର ରଙ୍ଗେ ବିହର ଭାଙ୍ଗିଦିଅ ଅନଙ୍ଗର ଦର ରଙ୍ଗୀକି କର ଅଙ୍ଗୀକାର ତୁଙ୍ଗସ୍ତନୀ ସୁମଙ୍ଗଳ କର

2

ପଙ୍କଜମୁହୀଁ କିଙ୍କର ମୁହିଁ ରଙ୍ଗୁ ନୟନି ଆରେ ନିଃଶଙ୍କରେ ମୋ ଅଙ୍କରେ ପଲ୍ୟଙ୍କରେ ବସ ଧୀରେ । ଶଙ୍କନା ମୋ ରଙ୍କର ଧନ କୁଙ୍କୁମ ବରନୀଙ୍କ ରତନ ହୁଂକୃତ ଝିଙ୍କି ମାରେ କଙ୍କପତ୍ର ଶଙ୍କରପର

Sources

Cite this record


Last updated 2026-11-01. Record as JSON