Gīta

Chhadi dia manu chinta

ଛାଡ଼ି ଦିଅ ମନୁ ଚିନ୍ତା

Text

Ghoṣā

ଛାଡ଼ି ଦିଅ ମନୁ ଚିନ୍ତା ହେ ମୋହନ ଛାଡ଼ି ଦିଅ ମନୁ ଚିନ୍ତା ଆହା ଧନମାଳୀ ଶିଖଣ୍ଡମଉଳି ପାଇଲେଣି କେତେ ବ୍ୟଥା

1

ଚଞ୍ଚଳ ବିଜୟ କର କଳାକାହ୍ନୁ ଚଞ୍ଚଳ ବିଜୟ କର ଅଞ୍ଚଳରେ ମୁହଁ ପୋଛି ପୋଛି ଯାଅ ଯାହାର ସେ ଜରଜର

2

କହିବ ହେଲେ ତା ଆଗେ ହେ ମୋହନ କହିବ ହେଲେ ତା ଆଗେ କରୁଣା ବଡ଼ୀଶେ ଅରୁଣ ଅଧରୀ ଘେନିବେ ଅତି ସରାଗେ

3

ତହୁଁ କହିଲେ ମୋହନ କାନ୍ଦି କାନ୍ଦି ତହୁଁ କହିଲେ ମୋହନ କବିଚନ୍ଦ୍ର ବେଣୁଧର କହେ ଦୁଃଖେ ଛନ୍ଦା ପାଦେ କରି ଧ୍ୟାନ

Sources

Cite this record


Last updated 2026-11-01. Record as JSON