Syama bandhu rupa sakhi
ଶ୍ୟାମ ବନ୍ଧୁ ରୂପ ସଖୀ
Text
Ghoṣā
ଶ୍ୟାମ ବନ୍ଧୁ ରୂପ ସଖୀ ଦେଖି ଆଖି ରହେ ଲାଖି ଗୋ
1
ଶିରେ ତା ସେବତୀ ଚୂଳ ଭଲା ଦିଶଇ ମଞ୍ଜୁଳ ଅଳକା ଶୋହେ କପାଳ କେଉଁ ବିହି ନିର୍ମାଣିଛି ଗୋ
2
ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁ ନୀଳମଣି ଜିଣି ତନୁ ଦେଖି ତ ମନ ଝୁରୁଛି ଗୋ
3
ପୟରେ ଶୋହେ ବାଜେଣୀ ବାଜୁଥାଏ କିଣିକିଣି ଶୁଣି ହୃଦ ହୁଏ ହାଣି କେ ଧଇର୍ଯ୍ୟ ପାରେ ରଖି ଗୋ
4
ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳି ଦେଲା ମୋ ହୃଦୟ ଜାଳି ମଦନ ଶରକୁ ଯୋଖି ଗୋ