Syama nagara mahata nibarai
ଶ୍ୟାମ ନାଗର ମହତ ନିବାରଇ
Text
Ghoṣā
ଶ୍ୟାମ ନାଗର ମହତ ନିବାରଇ ତ କାମରେ କାମିନୀ କଲା ବାଇ ତ
1
ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେ ରହି ନୋହୁଅଛି ରହି ଜାକି ତ
2
ଦେଖି ଆଖି ରହେ ଲାଖି ରହେ ସଖୀ ଆହା ସେ ବିରହେ ନାହିଁ ମୁହିଁ ଯେ ସୂତାରେ ଖସି ତ
3
ଏମନ୍ତ ସୁନ୍ଦର ବର ବରଜରେ ବେଦବଦର ରଖିଥିଲା ସୁଖ ଦରଶାଇ ତ
4
ବନମାଳୀକି ପଚାର ଯେବେ ନିଗୂଢ଼ ବିଚାର କଲା ସେହୁ ରମ୍ୟପୁର ସାହି ତ