Syama nagara pari
ଶ୍ୟାମ ନାଗର ପରି
Text
Ghoṣā
ଶ୍ୟାମ ନାଗର ପରି ଚଉଦ ପୁରେ ନ ଥିବେ ସମସରି
1
ନୋହେଁ ନନ୍ଦସୂନୁ କୁସୁମ ଧନୁ ବ୍ରଜେ ରହିଛି ତନୁ କି ଅପରୂପ ତନୁ ଚାହିଁ ନ ଯାଏ ମନୁ ଆଖିରେ ରହେ ଲାଖି ରେ ମୁଖ ଦେଖି ରେ, ଜାଣ ସଖୀ ରେ
2
କି ରମ୍ୟ ମୃଦୁହାସ କାମିନୀ ଫାଶ ଧଇର୍ଯ୍ୟ କରେ ନାଶ ବିଷ ହେଲା ଆବାସ ଅଳ୍ପ ଢାଳିଲେ ଦୃଶ ନାହିଁ ତ ସଖୀ କାହିଁ ତ ଦେଲି ଚାହିଁ ତ, ହେଲି ମୋହିତ
3
ମନୁ ପାଶୋରି ନୁହେଁ ମଦନ ଦହେ ସଖୀ ଦେଖିଲେ ରହେ କେ ସେ ଶ୍ୟାମ ବିରହେ ପ୍ରାଣ ରଖିବ ଦେହେ ସହୀରେ ଆଉ ମହୀରେ ସୁଖ ନାହିଁ ରେ, ତାକୁ ଚାହିଁ ରେ
4
ବନମାଳୀ ବଖାଣି ମୁରଲୀପାଣି ତନୁକୁ ଧାତା ଆଣି କେତେ ପୀୟୂଷ ଛାଣି ଗଢ଼ିଛି ନୁହେ ଜାଣି ଗୋକୁଳେ ରହିବେ ନାହିଁ କୁଳେ କୁଳବତୀ, ନ ଯାଇ ତା କତି