Gīta

Syama bandhu mohini kala

ଶ୍ୟାମ ବନ୍ଧୁ ମୋହିନୀ କଲା

Text

Ghoṣā

ଶ୍ୟାମ ବନ୍ଧୁ ମୋହିନୀ କଲା ଚାହିଁବା ମାତ୍ରକେ ମନ ମୋହିଲା

1

କାଳିନ୍ଦୀ କୂଳରେ କଦମ୍ବ ମୂଳରେ ତ୍ରିଭଙ୍ଗିମା ରୂପ ଭଲା ହୋଇଲା ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଚାରି ଛନ୍ଦେ ତହିଁ ବେଣୁ ବାଇଲା

2

ତରୁ ପଲ୍ଲବିତ ଯମୁନା ସ୍ଥକିତ କୁଳବତୀ କୁଳଶୀଳ ନାଶିଲା କେକୀ କୋକିଳ ମୂକ କଣ୍ଠ ହୋଇଣ ପାଷାଣ ତରଳି ଧାରା ବହିଲା

3

କେଉଁ ଗୋପାଙ୍ଗନା ଯାଇଣ ଯମୁନା ଜଳ ମଧ୍ୟେ ତା କଳସୀ ଖସିଲା ଲେଉଟି କଦମ୍ବ ମୂଳକୁ ଚାହିଁଣ ଚମକି ଚତୁରୀ ତଳେ ପଡ଼ିଲା

4

ମୋହନ ଚରଣ ଅଷ୍ଟାଦଶ ଚିହ୍ନ ବନମାଳୀ ଦାସ ଚିତ୍ତେ ଧ୍ୟାଇଲା ଶିବ ସୁର ମୁନି ଯାହାକୁ ନ ପାନ୍ତି ମାତା ଯଶୋବନ୍ତୀ ତାହା ପାଇଲା

Sources

Cite this record


Last updated 2026-11-01. Record as JSON