Galani ta gala katha
ଗଲାଣି ତ ଗଲା କଥା
Text
Ghoṣā
ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା
1
ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠି ଧନ ତୋର ସ୍ନେହ ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ॥୧॥
2
ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁ ଗୁଣ ଗଲା ବଳି ॥୨॥
3
ଗୋଳି ଦେଲା ମୋର ବାହାର ଭିତର ସ୍ୱର ସେ ଅବା ଶର ସେ ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ॥୩॥
4
ଗିଳିଦେଲା ପୁରନ୍ଦର ନୀଳକର କଳିକାମୟ ତିମିର ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ଭିଦୂର
5
ଗତାଳସ ନାଟପଟୁ ଖଞ୍ଜରୀଟ ପରି କି ଆସିଲା ଉଡ଼ି ଗଣ୍ଡି ଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି
6
ଗଗନ କୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳେ ଗୋଳିଆ ନ ରଖି କହ ଚନ୍ଦ୍ରମୁଖୀ ଗହଳି ନ ଥିବା ବେଳେ
7
ଗରିଷ୍ଠ ଅରୁଚି କାହିଁକି କରୁଛି ଅଶନେ ବସନେ ଦେହେ ଗୁରୁଜନ ତତି ଜାଣିଲେ କି ଗତି ଅଷ୍ଟଦୁର୍ଗ ପତି କହେ