Nua nata patali mukuta he
ନୂଆ ନଟ ପଟଳୀ ମୁକୁଟ ହେ
Text
1
ନୀଳୋତ୍ପଳ ବାସି ହେଲା ପରି ଦିଶି ଯାଉଛି ଦୂରୁ ଶ୍ରୀଅଙ୍ଗ ନାସା ନୀଳ ତିଳ ଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ
2
ନୀପ ଉପବନ ନିକଟ ପବନ ସ୍ପରଶରୁ ଯେବେ ଡର ନଦୀକୂଳସ୍ଥଳ ଏ ବଡ଼ ଶୀତଳ ନୁହନ୍ତାଟିକି ବିହାର
3
ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ
4
ନବ ହେମଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ ନେତ୍ର ପଥେ ପଡ଼ିଗଲେ କି ସେ ଛାଡ଼ି ଯାଉ ନାହିଁ ଜ୍ୱର ମନୁ
5
ନ ବିହର ଗୋପ ସଙ୍ଖାଳି ଏ ପାପ ଗହନରେ କିଛି ଦିନ ନରେଶ ମଣ୍ଡନ ଶ୍ରୀ ହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ
Also sung in Kumbha Kamodiକୁମ୍ଭକାମୋଦୀ ରାଗରେ ମଧ୍ୟ ବୋଲାଯାଏ