Janichi mun ete matra go lalite
ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ
Text
Ghoṣā
ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ ଯାହା ଇଚ୍ଛା ତୋର ତାହା କର ଜ୍ୱଳନରୁ ବଳି ସେହି ଦିନୁ କେଳି କରେ ବିଭାବରୀ ନାହାକର
1
ଜଣକେତେ ବ୍ରଜଶିଶୁ ଥିଲେ ନିଜ ପୂରୁଁ ଆସୁଥିଲି ଖେଳାଇ ସମଜ ଜମ୍ଭାରାତି ମଣି ଗିରୀନ୍ଦ୍ରକୁ ଜିଣି -ବାର ପୁରେ ହେଲା ମୋ ନଜର
2
ଜାତି କୁରୁବିନ୍ଦ ବାତାୟନ ବୃନ୍ଦ ଅନାଇଁ ମୁ ଚାଲୁଥିଲି ମନ୍ଦ ମନ୍ଦ ଜଙ୍ଗମ ହେବାର ଜମ୍ବୁନଦ ସାର ଶିରୀ ସ୍ଫୁରିଲା ସେ କି ପ୍ରକାର
3
ଜୀବନଦ ନୀଳ ଜଳଜ ଯୁଗଳ ବିଧୁ ବିମ୍ବେ ହୋଇ ବିଳାସ ବିଲୋଳ ଜାତ କଲା ଗର ଜରଜର ଶର ନିକର ବରଷା ଖରତର
4
ଜହରକୁ ଗୋଳି ଦେଲା ପରି ଗିଳି ମୋହର ଦେହର ପୀଡ଼ା ଗଲା ବଳି ଜୀବନାଶା ଟଳି ଯାଉଅଛି କଳି ପାରୁ ନାହିଁ ମୁଁ ମୋ ହୃଦନ୍ତର
5
ଜନ ମନୋହାରୀ ସେ ବିଚିତ୍ର ଶିରୀ କାହା ନେତ୍ରପାତ୍ରେ ଯାଇ ନାହିଁ ପୂରି ଜଗଦ୍ଦେବ ହରିଚନ୍ଦନ ମୋହରି ନାମ କହୁଅଛି ନିରନ୍ତର