Gīta

Tana pana kara sara

ଟାଣ ପଣ କର ସାର

Text

Ghoṣā

ଟାଣ ପଣ କର ସାର ହେ ମୋହନ ଟାଣ ପଣ କର ସାର ଟିକାଏ ମଦନ କଦନକୁ ସହୀ ସଦନକୁ ବିଜେ କର

1

ଟଙ୍କାରି କି ଶ୍ରବସରିକି ବାସବ କୋଦଣ୍ଡରୁ ଚଣ୍ଡ ଧନୁ ଟାଣେ ବିନ୍ଧେ ଶମ୍ବ ସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ ହେ

2

ଟେକି ଏ ସୁନ୍ଦର ଶ୍ରୀମୁଖଟି ପର ଘରବୁଡ଼ା ଫରମାସ ଟିକାଏ ହେଲେ ଯେ ହୃଦୟ ସରୋଜେ ନୋହିଲା ତ୍ରାସବିଳାସ ହେ

3

ଟେକାଟେକି ମୋତେ କରି ନାନା ମତେ ତୁମ୍ଭ କାମନା ପୁରିବ ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖି ସରିବ ହେ

4

ଟପା ଥିବା ଚାର ବଚନୁ ଗୋଚର ଯେତେ ସମାଚାର ଗୋପେ ଟିପିଦେଲେ କଂସ ଆଗେ କେ ନୃଶଂସ ନନ୍ଦ ବନ୍ଦୀ ହେବେ ଟୋପେ ହେ

5

ଟାକିଛି ସୁଧାଂଶୁ କଳାକୁ ଆକାଶୁଁ କରିବାକୁ ପାଣିଗତ ଟିକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏ କି ଆଚରିତ ହେ

Sources

Cite this record


Last updated 2026-11-01. Record as JSON