Gīta

To gheni tamala syama

ତୋ ଘେନି ତମାଳ ଶ୍ୟାମ

Text

Ghoṣā

ତୋ ଘେନି ତମାଳ ଶ୍ୟାମ ମୋ ମରଜି କଷିଲା ରେ ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲା ରେ ।ପଦ।

1

ତଳେ ବସନ ପ୍ରସାରି ତୃଣ ଦଶନାନ୍ତେ ଧରି କହିଲେହେଁ ଅନୁସରି ରାଜି ତ ନ ଦିଶିଲା ରେ

2

ତହୁଁ କି ବିଷମ ଭାବ ତର୍କିଲା ମୋ ଚାଟୁ ଶ୍ରବ ତଟକୁ ଘଟନ୍ତେ ଅବଧାନ ବିନା ହସିଲା ରେ

3

ତପନଜା ତଟକୁ ତୁ ତରୁଣୀଟା କେଉଁ କୁତୂ- ହଳରୁ ଆସିଲୁ ହେତୁ କହ ବୋଲି ଘୋଷିଲା ରେ

4

ତାର ତୋର ସୁଲୋଚନା ତାରତମ୍ୟ ବିବେଚନା ଲବ ହୋଇ ନାହିଁ ତହିଁ ତୋ ଚିତ୍ତ କେ ପେଷିଲା ରେ

5

ତିରସ୍କାର ପୂର୍ବ ଭାଷା ତରଲାଇ ସୁଖ ଆଶା ତୋଟିକି ଚୁମ୍ବିଲା ତୃଷା ତିମିର ବିଳସିଲା ରେ

6

ତୁଚ୍ଛ ସ୍ନେହ ମନ ଜନ ତୋ ସଙ୍ଗକୁ କି ଭାଜନ ପ୍ରପନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲା ରେ

Sources

Cite this record


Last updated 2026-11-01. Record as JSON