Gīta

Thapire kaha tathapi re priya sakhi

ଥାପିରେ କହ ତଥାପି ରେ ପ୍ରିୟସଖି

Text

Ghoṣā

ଥାପିରେ କହ ତଥାପି ରେ ପ୍ରିୟସଖି ଥିବି କି ଛାଡ଼ିବି ପ୍ରାଣ ।ପଦ।

1

ଥିଲା ପରି ସ୍ନେହ ଲାଗିଲା କି କହ ଅଛିଟି ତୋତେ ମୋ ରାଣ

2

ଥକାଇ ତୁ କହୁ କହୁ ଧୃତି ରହୁ ନାହିଁଟି ମୋହର ଜାଣ

3

ଥୋକାଏ ତୋ ପ୍ରୀତି ବିଧିକି ସମ୍ମତି କଲେ କି ମୋ ପରିତ୍ରାଣ

4

ଥରେ ହେଲେ ବିକିହେବି ମୋତେ ନିକି ବଞ୍ଚାଇବ ପଞ୍ଚବାଣ

5

ଥୋଇ ହୃଦେ ଛଳ ନ କର ବିକଳ କହେ ଅଷ୍ଟଦୁର୍ଗ ରାଣ

Sources

Cite this record


Last updated 2026-11-01. Record as JSON