Dukhi dhana dambha dekhibaku
ଆରେ ଦୁଃଖୀ ଧନ ଦମ୍ଭ ଦେଖିବାକୁ
Text
Ghoṣā
ଆରେ ଦୁଃଖୀ ଧନ ଦମ୍ଭ ଦେଖିବାକୁ ସିନା କଲି ଛନ ଦୁଃଖମୟ ନ କର ସରସ ମନ
1
ଦୂରୁ ମୁଁ ଯିବାର ଜାଣି ହରି ଦରିଦ୍ର ନିଧି ଲଭିଲା ପରି ଦ୍ୱିଗୁଣ ଆଦରେ ପ୍ରମୋଦ ନଦରେ ମଜ୍ଜି ଘେନିଗଲେ କରଧରି
2
ଦୟାଜରଜର କରି ଚିତ୍ତ ଦନ୍ତବାସେ ରଖି ଦରସ୍ମିତ ଦଶବାର ଅନାମୟ ମୋତେ ଘେନା -ଘେନି କରି ପଚାରିଲେ ମିତ
3
ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୂତି ଦଳି ହୋଇଗଲା ମୋର ଛାତି ଦ୍ୱିତୀୟାର ଶଶିଲେଖା ପରି ଦିଶି -ଗଲେଣି ସେ ଇନ୍ଦ୍ରନୀଳହାତୀ
4
ଦୁର୍ବାର ତୋ ନେତ୍ରାଞ୍ଚଳ ଶର ଦେବାରୁ ଦୁଃଖ ଦୁଃସହତର ଦିବାଲା ହେବାର ଦେହ ମଜ୍ଜାସାର ଜାଣି ଯା ହେଲା ମାନସ ମୋର
5
ଦୁର୍ବଳ ସାଳସ ଦେଖି ଚାଲି ଦୁରୂହରେ କିଛି ପଚାରିଲି ଦୀର୍ଘ ତପତ ନାସାନିଳ ତେଜିଲେ ଆହା ମରଇ ତ ବିଚାରିଲି
6
ଦେବ ଦଇବ ତୋ ଅଭିମତ ଦୂର କର ଦ୍ୱାପରକୁ ଚେତ/ମିତ ଦବିଷ୍ଠ ଏ କଷ୍ଟଯାକ ହେବ ଅଷ୍ଟ -ଦୁର୍ଗ ନାଥର ଏ ବିରଚିତ