Dhira re ki dhana tu na delu
ଧୀରା ରେ କି ଧନ ତୁ ନ ଦେଲୁ ଆଜ
Text
Ghoṣā
ଧୀରା ରେ କି ଧନ ତୁ ନ ଦେଲୁ ଆଜ ଧଇଲେ କି ସତେ କର ଯୁବରାଜ ।ପଦ।
1
ଧରମ ବଳୁ କି ମୋର ଧୂପି ଦେଇ ନିଜ କର କୋଳକୁ ଆଣିଲୁ କଳା ଦ୍ୱିଜରାଜ
2
ଧୁରନ୍ଧର ସେ ଇଙ୍ଗିତେ ଧରଷିଲୁ କେହି ସତେ ଧମକାଇଲା ନାହିଁ କି କିଛି ଲାଜ
3
ଧରାରେ ଯେତେ ପୁରୁଷେ ଧୂର୍ତ୍ତ ତାହାଙ୍କ ଗୁରୁ ସେ ଧନରୁ ଯେ ବଳେ ତାହାଙ୍କର ବ୍ୟାଜ
4
ଧୃତି ହୋଇ ବଳହୀନ ଧୂସର ହୋଇବ ମନ ଧୋଇ ଚିନ୍ତା କଳଙ୍କ ସମାଜ ମାଜ
5
ଧରଣୀନ୍ଦ୍ର ଜଗଦ୍ଦେବ ଧ୍ୟାନେ ବଲ୍ଲବୀ ବଲ୍ଲବ ଧରାଧୂଳି କରେ ମସ୍ତକରେ ତାଜ