Priya sahi paramada bada tuhi go
ପ୍ରିୟ ସହି ପରମାଦ ବଡ଼ ତୁହି ଗୋ
Text
Ghoṣā
ପ୍ରିୟ ସହି ପରମାଦ ବଡ଼ ତୁହି ଗୋ ପାରୁ କେତେ ଛନ୍ଦେ ମୋହି ଗୋ
1
ପରମ ପଦରେ ଦେଇ ଜାଣୁ ତୁ ରସାଇ ପୁଣି ତହୁଁ ଜାଣୁ ତଳାତଳକୁ ଖସାଇ ପାଶୋରାଇ ମନୁ ନାନା କଦନ ଲସାଇ ପୀଡ଼ୁ ଅଶ୍ରୁ ବରଷାଇ ଗୋ
2
ପ୍ରପଞ୍ଚ ଯାକରେ ଜଣା ନ ଥାଇ ସଂଶୟ ପସନ୍ଦ ନୁହଇଁ ପର ପୁରୁଷରେ ସ୍ନେହ ପର ବଶ ହେବ ଯେବେ ପ୍ରାଣ ତୁଲେ ଦେହ ପ୍ରାଣୀ କି କରିବ କହ ଗୋ
3
ପରବ ଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ ପରିଣତି ସମୟେ ସେ ହେବ ଯେବେ ବିଷ ପ୍ରପନ୍ନ ହେବା ଗଙ୍ଗାରେ ଜନ୍ମିଲେ କିଳ୍ୱିଷ ପ୍ରୟୋଗ କରିବା କିସ ଗୋ
4
ପିଆଇ ଦୁହିଙ୍କି ଥରେ ଦୁହିଙ୍କ ଅଧର ପଛେ କହ ଆଚରଣ ପୂତନା ବଧର ପୀତପଟ ନଟ ନାଁ ମୋ ଆଗରେ ନ ଧର ପାଳିଏ ମାତ୍ର ଉଦ୍ଧର ଗୋ
5
ପୁରନ୍ଦର ମଣି ଶ୍ୟାମେ ଅଛି ମୋ ତରସ ପର ପରିବାଦ ମୁଣ୍ଡେ ଟାକର ବରଷ ପୃଥ୍ୱୀ ଚକ୍ରବାଳ ପରିବୃଢ଼ ବାଲୁକେଶ ପ୍ରସରାଇଲେ ଏ ରସ ଗୋ