Gīta

Josabara re jatharatha re jana

ଯୋଷାବର ରେ ଯଥାର୍ଥରେ ଜାଣ

Text

Ghoṣā

ଯୋଷାବର ରେ ଯଥାର୍ଥରେ ଜାଣ ମୁଁ ତୋହର ରେ ଯାମଳ ଭୂଧର ନିଭ ପୟୋଧର ମରଦନିଆ ଚାକର ରେ ।ପଦ।

1

ଯାବକ ତୋ ପଦକଞ୍ଜର ସମଦ ଗଜଗତି ମୋ ଶେଖର ରେ ଯତୀନ୍ଦ୍ର ସମାଧି ଖଣ୍ଡନା ତୁ ନିଧି ମୁଁ ରଙ୍କମାନଙ୍କ ବର ରେ

2

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ର ମୁହୀଁ ମୋ ମହା ଶୁଭ ଦଶାର ରେ ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ହେଲୁ ସୁସାରରେ

3

ଯୁବତୀ କଦମ୍ବ ରାଜା ଅବଲମ୍ବ ହୋଇଲୁ ଯେବେ ନିକର ରେ ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ ହୋଇ ପଛେ ପଞ୍ଚଶରରେ

4

ଯମୁନା ବାହିନୀ ତଟରୁହ ବନୀ ଅବନୀ ଅନାଇବାର ରେ ଯଶ ରଖି ନିନ୍ଦା ପଟଳୀରୁ ବୃନ୍ଦା କରାଇଲା ତ ନିବାର ରେ

5

ଯଶୋଦା କୁମର ଗିରେ ରାଧା ଶିର ନୁଆଇଁଲେ ଲଜ୍ଜାଭର ରେ ଯୁଗଳ ବିଗ୍ରହ କର ଅନୁଗ୍ରହ ଅଷ୍ଟଦୁର୍ଗ ପୁରନ୍ଦରରେ

Sources

Cite this record


Last updated 2026-11-01. Record as JSON