Lila nidhi he laje mun galiti sadhi
ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି
Text
Ghoṣā
ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି ଶାଢୀ
1
ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି ଲୋକହସାରେ ଯେବେ ଯିବି ସରି ଲସିବି ଯେବେ ପାଇ ନିନ୍ଦା ଦାଉ ଲାଗିଲି ଆପଣଙ୍କୁ କେହି ଆଉ
2
ଲକ୍ଷ ଲକ୍ଷ ରାଣ ଅଛିଟି ମୋର ଲଲାମ ଆଦି ଭୂଷା ସଜ କର ଲିଭିଥିବ ଭୂରୁ ମଧ୍ୟ ତିଳକ ଲେଖିଦିଅ ବେଗେ ନ ଦେଖୁ ଲୋକ
3
ଲୋଭୀ ଶ୍ରୀଭୁଜବନ୍ଧ ଶିଥିଳାଅ ଲତା ଗହଳେ ଗହନେ ପଳାଅ ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ
4
ଲଗାଇଛ ହଟ ଯେଉଁ ରସରେ ଲୁଟିବ ସିନା କଲି ପ୍ରଦୋଷରେ ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ
5
ଲଲିତା ନୋହେଟି ଯେ ଡାକୁଅଛି ଲକ୍ଷ ଦୁଷ୍ଟେ ରଖିଅଛି ମୁଁ ବାଛି ଲଘୁ କରିଦେବ ଦେଖିବା କ୍ଷଣେ ଲେଖାଧିପ ଅଷ୍ଟଦୁର୍ଗର ଭଣେ