Satapada nila kesa ago chahan chahan
ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ
Text
1
ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ ସର୍ବଂସହାରେ ଖେଳୁଛି ନବ ବାରିବାହ ସମୀପରେ ତାର ରହି ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ
2
ସଜ ହୋଇ ସ୍ମର ସରଦାର ଅବା ଆସେ ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ ସାରିଦେବି ପରା ଆଜ ସରୋଜ ସୁନ୍ଦର ନେତ୍ରା ଜନ ମନ ଲାଜ
3
ସୁରେଶ୍ୱର ରତନ କି ହେବାରୁ ଜଙ୍ଗମ ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ ସ୍ବର୍ଣ୍ଣ ବର୍ଣ୍ଣାଏ ଏଣିକି ସମ୍ପାଦିବେ ମୂର୍ତ୍ତିମନ୍ତ ରତନ ଶ୍ରେଣୀକି
4
ସଞ୍ଚରଣଶୀଳ ନବ ତମାଳ ଭୂରୁହ ସଙ୍ଗେ ଘେନି ଆସୁଅଛି ସଖା ଶାଖିବ୍ୟୂହ ଶୁକ ଶାରୀ ପରଭୃତ ଶାଖା ମାନଙ୍କରେ କରୁ ଅଛନ୍ତି ସଙ୍ଗୀତ
5
ସୁରଧୁନୀ ତୀରେ କରିଥିବା ଯେବେ ତପ ସଙ୍ଖାଳି କରି ଏ ତାପିଞ୍ଛର ଅନାତପ ସୁଖେ ବଞ୍ଚିବା ବସନ୍ତେ ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ