Gīta

Hari ambhara e ta pranara dhana

ହରି ଆମ୍ଭର ଏ ତ ପ୍ରାଣର ଧନ

Text

Ghoṣā

ହରି ଆମ୍ଭର ଏ ତ ପ୍ରାଣର ଧନ

1

ହରିହୟ ମଣିକି ଜିଣିଛି ଅପଘନ ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ

2

ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ ନୋହିବ ଏ ମୋହନ ସମାନ ଗୋ

3

ହଜି ନ ଯିବ ଜୀମୂତ କେଶାର କି ଜ୍ଞାନ ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ

4

ହଟି ଥରେ କରିବା କି ରଦାମ୍ବର ପାନ ହେଉ ଫଳବନ୍ତ ଯଉବନ ଗୋ

5

ହାର ମଧ୍ୟରେ ଆମ୍ଭ ତରଳ ରତନ ଗୋ ହେବେ କି ଏ ଯୁବତୀ ଜୀବନ ଗୋ

6

ହୃଷ୍ଟ ହୋଇ ଅଷ୍ଟଦୁର୍ଗ ନମୁଚି ସୂଦନ ଗୋ କରେ ଏ ରସରେ ବିରଚନ ଗୋ

Sources

Cite this record


Last updated 2026-11-01. Record as JSON