Manini re mana teja eniki
ମାନିନୀ ରେ ମାନ ତେଜ ଏଣିକି
Text
Ghoṣā
ମାନିନୀ ରେ ମାନ ତେଜ ଏଣିକି
1
ସଜଳ ନୟନେ କଜ୍ଜ୍ୱଳ ଲଗାଇ ସଜାଇ ଦେଲା କେ ଫୁଲ ବେଣୀ (ପଡ଼ି) ଅଭିସାରେ ସାଜ ସାଜି ଆଜି ଗୋରୀ ନୂପୁର ବଜାଇ ଚାଲେ ଥିରିଥିରି କଟୀରେ କିଙ୍କିଣୀ ବାଜେ କିଣିକିଣି ଏଣୀନୟନା ସେ ମଧୁ ଛାଣିକି
2
ଡାକେ ମୁରଲୀ ରାଧା ରାଧା ବୋଲି ନୀଳ ନଭେ ଶଶୀ ଖେଳେ ଲୁଚକାଳି ଯମୁନା ତଟିନୀ ବହଇ ଊଜାଣି ସରାଗରେ ଘେନି ସଖୀ ଶ୍ରେଣୀକି