Gīta

Sara saja sarasa lapana re

ସାର ସଜ ସାରସ ଲପନା ରେ

Text

Ghoṣā

ସାର ସଜ ସାରସ ଲପନା ରେ ସାଜ ମୋ ପରି ସଜ କୋପନା ରେ

1

ବୀଣାଜିଣା ବଚନା କିଣା ଜନେ ବିମନା ହେଉ କିମ୍ପାଇଁ ସ୍ନେହ ଅଧୀନା ରେ

2

ନାଗରତ କୋପନା ନାଗରେ ତୁ ହସ ନା ନାଗରା ବାଜେ ତୋର ମୁଁ ସିନା ରେ

3

ଏ ରାତିରେ ନବୀନା ହରା ରାତି ବେଦନା ସହି ହେବ କି ବନ୍ଧୁ ତୋ ବିନା ରେ

4

ସୁନାରୀଶ ସୁମନା ତୁ ହୋଇଲେ ବିମନା କି ଗତି ଅଛି ମୋରଟି ଅନା ରେ

5

କର ଧରୁଛି ଅନା ମଥା ପୋତି ବସନା ଗୋପାଳକୃଷ୍ଣେ ଦୟା ତେଜନା ରେ

Sources

Cite this record


Last updated 2026-11-01. Record as JSON