Gīta

Manaku mana mo dhana

ମନକୁ ମନ ମୋ ଧନ

Text

Ghoṣā

ମନକୁ ମନ ମୋ ଧନ କି ବିଚାରୁଥିବ ବସି ଦିନକୁ ଦିନ ହେବନି ଖିନ୍ନ ଲହୁଲି ବୟସୀ ରେ

1

ପୁର ଦୁଆର କବାଟ ନିକଟରେ ରହି ବାଟ ଜଗି ଜଗି ମୋ ଭେଟକୁ ନଟ ଖଞ୍ଜରୀଟ ଦୃଶୀ

2

ଡାକିଲେ ବାୟସ ଆଗେ ଆହାର ଦେଇ ସରାଗେ ପଚାରି ସନ୍ଦେଶ ମୋର ସଜ ନୀରଜ ସୁବାସୀ

3

ଘଡ଼ିକି ଘଡ଼ି ନୟନ କରୁଥିବ ଥନଥନ କେତେ ଦୀର୍ଘଶ୍ୱାସ ତେଜୁଥିବ ଗଣ୍ଡେ କର ନିବେଶି

4

ଶୀର୍ଣ୍ଣ ହୋଇଯିବା ଚାହିଁ ପଚାରିଲେ ତାକୁ ସହୀ ମଥା ଲୁଆଇଁ କରଜ ଅବନୀରେ ଘଷି ଘଷି

5

ସହିଥିବ ଶଙ୍କରଙ୍କୁ ଚମ୍ପକ ବଢ଼ାଇବାକୁ ଗୋପାଳକୃଷ୍ଣ ବୋଲେ ମୁଁ ବିଦେଶ ଯିବାକୁ ମନାସି

Sources

Cite this record


Last updated 2026-11-01. Record as JSON