Majja majjaili na jai hajaili
ଜ୍ଜା ମଜ୍ଜାଇଲି ନ ଯାଇ ହଜାଇଲି
Text
Ghoṣā
ମଜ୍ଜା ମଜ୍ଜାଇଲି ନ ଯାଇ ହଜାଇଲି ଲଜ୍ଜାଳୁ ଜାଣୁମଣିକି ରେ
1
ଏ ମଧୁର ନିଶାରେ ବିରହ ଦଶାରେ ପ୍ରାଣ ଧରିବ କେହି ବାଣ ସ୍ମରର ସହୀ ତ୍ରାଣ ନ ଦିଶେ ତେଣିକି ରେ
2
ତେଜି ନେତ୍ରୁ ବାରି ହେବନି ଧିକ୍କାରି କ୍ଷାମ ତ ଦିଶୁଥିବ ଯାମକ ଯୁଗ ହେବ ତାମରସ ଈକ୍ଷଣୀକି ରେ
3
ଅରଜିଲି ନିନ୍ଦା ବରଜିଲି ଫନ୍ଦା ଆଶୀବିଷ ପୋଷିଲି ନାଶି ସୁମନ ବଲ୍ଲୀ ଆସି ରହିଲି ଏଣିକି ରେ
4
ମନେ ମନେ ମୋତେ ଲୋଡ଼ୁଥିବ କେତେ ଆଉ ଦେଖିବି ମୁହିଁ ଦାଉ ମାରଇ ସହୀ ଆଉ ପ୍ରାତଃ ସ୍ମରଣୀକି ରେ
5
ଗୋପାଳକୃଷ୍ଣର ବାଞ୍ଛା କରିବାର ସୁକୃତର ଫଳ କି ସତେ ଲଭ୍ୟ ହେବକି ଦେଖି ସୁଚାରୁ ବେଣୀକି ରେ