Smare dei bandhu na ja re
ସ୍ମରେ ଦେଇ ବନ୍ଧୁ ନ ଯା ରେ
Text
Ghoṣā
ସ୍ମରେ ଦେଇ ବନ୍ଧୁ ନ ଯା ରେ ରହ ଜିତେନ୍ଦ୍ରିୟ ଚିତ୍ତ ହଜା ରେ
1
ଗର୍ଭାଳସୀ ହଂସୀ ଗମନା ପୁରାତନୁ ମନ କାମନା ପୂର୍ଣ୍ଣ ହେବ ବୋଲି ସୁମନା ଜଗିଛି ପଥ ମୃଣାଳ ଭୁଜା ରେ
2
କରେ ଗଣ୍ଡ କରି ଆଚ୍ଛନ୍ନ ଧନ ନୁହ ରେ ଛନ୍ନଛନ୍ନ ଟେକି ମୁଖ ମୃଗ ଲାଞ୍ଛନ ମୋ ମନ କରାଇ ଦିଅ ଓଜା ରେ
3
ସରଣୀ ନ ଭାଙ୍ଗି ବରଜ ଲୁଆଇଁ ବଦନ ନୀରଜ ଦରାଧର ଭିଡ଼ା ବରଜ ଅନା ଥରେ ହସି ବିନା ଲଜ୍ଜାରେ
4
ଭାଷ ଗିର ଆନ ଧରନା ପର ବୋଲି ମୋତେ ଡରନା କମ୍ପାନା ତୁ ଶମ୍ପାବରନା ଲଭିଛି ତୋ ଭେଟ ହର ପୂଜାରେ
5
ଗୋପାଳକୃଷ୍ଣରେ ଦୂତୀକି କହିବା ଶୁଭୁଛି ଶ୍ରୁତିକି ଗଲେ ତ ନ ରହୁ କତିକି ଅସୂୟା କାହିଁକି ଦୟା ମଜ୍ଜାରେ