Gīta

Hasi hasi re chahinba

ହସି ହସି ରେ ଚାହିଁବା

Text

Ghoṣā

ହସି ହସି ରେ ଚାହିଁବା ଦିଶୁଛି ଚାରୁବେଶୀ ରେ

1

ଆଳୀ ଠାରିଦେଲେ ମୋର ଯିବାର ସତ୍ୱର ଆସୁ ଧନ କେଶ ଖୋସି ଖୋସି ରେ

2

ଦୂରୁ ଶୁଣି ମୋର ବାଣୀ ପଞ୍ଜର ସରଣୀ ପାଶେ ରଖିଥାଇ ମୁଖ ଶଶୀ ରେ

3

ଲଲାଟ ସିନ୍ଦୂର ତୋର କପାଳରେ ମୋର ଲାଗି ଯାଇଥିଲେ ଘନକେଶୀ ରେ

4

ରତି ଶେଷେ ବାସ ପିନ୍ଧୁ ଉଭା ହୋଇ ବନ୍ଧ ରଦେ ରଦବାସ ଲାଜେ ଦଂଶି ରେ

5

ଗୋପାଳକୃଷ୍ଣଙ୍କୁ କଥା କହି ପୋତୁ ମଥା ଶାଢ଼ୀ ବାଡ଼ ନଖେ ଘଷି ଘଷି ରେ

Sources

Cite this record


Last updated 2026-11-01. Record as JSON