Ke ki kahi kala mana re chandrabadana
କେ କି କହି କଲା ମନା ରେ ଚନ୍ଦ୍ରବଦନା
Text
Ghoṣā
କେ କି କହି କଲା ମନା ରେ ଚନ୍ଦ୍ରବଦନା
1
ପାଶୋରି ଦେଲୁ କେମନ୍ତେ ଅଙ୍କେ ଧରି ସୁରତାନ୍ତେ ବୋଲୁ ମୋ ଗଣ୍ଠିର ସୁନା ରେ
2
ଆଗେ ପଠାଇ ଆଳୀକି ଆସି ଥାଉ ଦେହଳୀକି ପାଛୋଟି ଘନ ଜଘନା ରେ
3
ତନୁ ନୀପ ଫୁଲ ପରି ହେଉ ଥାଇ ଜବାଧରୀ ଶୁଣିଲା କ୍ଷଣି ମୋର ନାଁ ରେ
4
ପ୍ରୀତି ବତ୍ସଳା ପଣରେ ନାରୀ ଜଗତ ଯାକରେ ତିଳେ ନ ଥିଲା ତୁଳନା ରେ
5
ହସି ହସି ଲାଜେ କଥା କହି ପୋତିବାର ମଥା କାହିଁ ଗଲା ସେ ଭାବନା ରେ
6
ଗୋପାଳକୃଷ୍ଣ କହଇ ପୂର୍ବ ପରି ବେଶ ହୋଇ ଥରେ ଦିଶା ଦେଉ କିନା ରେ