Radha pari radha sina
ରାଧା ପରି ରାଧା ସିନା
Text
Ghoṣā
ରାଧା ପରି ରାଧା ସିନା ରେ ସଙ୍ଗିନୀ ସ୍ତିରୀ ମାତରକ ଅଛନ୍ତି ଯେତେକ ସର୍ବେ ପିତ୍ତଳ ସେ ସୁନା
1
ଦଳିତାଞ୍ଜନକୁ ହସୁଛି ଯା କାନ୍ତି ସେ ଶ୍ୟାମ ପାଶରେ ଥିଲେ ହରିତାଳ ବୋଳି ହେଲା ପରି ଦିଶେ କାନ୍ତିରେ କେ ତାହା ତୁଲେ
2
କଳାକର ତ କଳାକରେ ରହିଲା ମୁଖକୁ ନୋହି ତୁଳନା ତ୍ରପାରେ ତପ କରୁଛି ଗଙ୍ଗା ତଟେ ହର ଜଟା ବନେ ଅନା
3
ଆଖିକି ତାର ଅନାଇ ଦେଇ ମୁଖ ବୁଲାଇ ଦେଲେ ଏଣିକି ଦଶ ଦିଶ ଯାକ ନୀଳୋତ୍ପଳମୟ ଦିଶୁଛି ହେବା କଥା କି
4
ରାତିଯାକ ଜାତି ପାଖୁଡ଼ା ଶେଯରେ ପହୁଡ଼ି ଥାଉଛି ଲୋଟି ମଉଳୁ ନାହିଁ କିଞ୍ଚିତେ ହେଲେ ଅଙ୍ଗେ ଚିହ୍ନ ବସି ଦିଶେ ଫୁଟି
5
ଶତ କୋଟି ଗୋପୀ କାଲି ବୋଲୁଥିଲେ ଶୁଣୁଥିଲେ ତ ରାସରେ ଆମ୍ଭ ନେତ୍ର ପୁଣ୍ୟ ଫଳ ରାଧା ଥାଉ ସଦା ଶ୍ରୀକୃଷ୍ଣ କୋଳରେ
6
କହିଥିଲେ ଗର୍ଗ ପୂର୍ବେ ପୂର୍ଣ୍ଣବ୍ରହ୍ମ ସନାତନ ବୋଲି ଯାକୁ ସେ ବ୍ରଜବିଧୁ ଏ କେମନ୍ତ ନୋହିଲେ ଥିଲା ଅଧୀନ ହେବାକୁ
7
ଗୋପ ବଧୁଙ୍କ ସଂଳାପଯାକ ଶୁଣି ଗୋପାଳକୃଷ୍ଣ ଚଳିଲା ସ୍ୱେଶ୍ୱରୀଙ୍କ ଅପହୁଡ଼ କାଳ ଜାଣି ପଦାମ୍ଭୋଜରେ ସେବିଲା