Gīta

Aa re phula toli jiba brundabana

ଆ ରେ ଫୁଲ ତୋଳି ଯିବା ବୃନ୍ଦାବନ

Text

Ghoṣā

ଆ ରେ ଫୁଲ ତୋଳି ଯିବା ବୃନ୍ଦାବନ ଆସିଲେନି ଆଳୀ ନିକର

1

ତମାଳ ବନଟି ଘନ ପରି ଦିଶେ ଶୋଭାବନ ବିଦ୍ୟୁ ପରି ଫୁଟିଅଛି ସୁମନ

2

ନୀଳ ଶାଢ଼ୀକି ତୋ ତନୁ ବିରାଜୁ ଅଛି ସୁତନୁ ଦେଖି ଡରି ପଳାଇବ ମଦନ

3

ପୁଣି ଯମୁନାରେ ପଶି ସ୍ନାନ କରିବା ସୁବେଶି ମାଳା ଲାଗି କରିଦେବି ବହନ

4

କଳା ଡୋଳାକୁ ଢଳାଇ ଭୋଳା କରି ଦେବୁ ତୁହି ହେଳା ମାତ୍ରେ ମୋହ ହେବେ ମୋହନ

5

ଡାକୁ ଲଳିତାଙ୍କ ଗିରେ ଶୁଣି ଚଳିଲେ ସତ୍ୱରେ ଭାବି ଗୋପାଳକୃଷ୍ଣର କଥନ

Sources

Cite this record


Last updated 2026-11-01. Record as JSON