Gīta

Kunja banare kalia debata buluchi

କୁଞ୍ଜ ବନରେ କାଳିଆ ଦେବତା ବୁଲୁଛି

Text

Ghoṣā

କୁଞ୍ଜ ବନରେ କାଳିଆ ଦେବତା ବୁଲୁଛି

1

କୁସୁମ ତୋଳିଲା ପରି ନୁହଇଟି ଶ୍ରୀ କିଶୋରୀ ଦେଖିଦେଲେ ତୋ ମାଧୁରୀ ଘେନିଯିବ କୋଳ କରି ମୋତେ ଜଳଜଳ ଦିଶୁଛି

2

କେ କହେ ଦଳିତାଞ୍ଜନ କେ ବୋଲୁଛି ନବଘନ କାନ୍ତି ପୁଣି ସାବଧାନ ହୋଇଥା ସେ ଗୋବର୍ଦ୍ଧନ ମଲ୍ଲ ଗୃହିଣୀକି ଲାଗିଛି

3

ଅଙ୍ଗେ ସବୁ ଅଳଙ୍କାର ସଦା ଲାଗିରେ ଥିବାର ଶିରେ ଚୂଳ ଶିଖଣ୍ଡର କୋଟିଏ ସ୍ମର ସୁନ୍ଦର ରୂପ ବୋଲି ଶୁଣାଯାଉଛି

4

ଥାଉ ସ୍ୱଚ୍ଛେ ଦେଖିବାର ପ୍ରସଙ୍ଗ ଶୁଣିଲେ ଯାର ନୟନୁ ବହୁଛି ନୀର ଅଥିର ହୋଇ ଶରୀର ପୁଲକରେ ପୂରିଯାଉଛି

5

ଲତା ଗୃହକୁ ଯାଅନା କଞ୍ଜ କସ୍ତୁରୀ ବାସନା ଚହଟୁଛିଟି ସୁମନା ଶୁଭାଇ କଥା କହନା ହେଟି ଭୂଷା ସ୍ୱନ ଶୁଭୁଛି

6

କାନ୍ତିକୁଳ ଅଧୀଶ୍ୱରୀ ଭାରିଯିବେ ସହଚରୀ ତୋଳିବୁ ଗୁଞ୍ଜ ଆଉରି ଜାଲରେ କୁରଙ୍ଗୀ ପରି ପଡ଼ିଯିବୁ ପରା ଦିଶୁଛି

7

ରାଧା ବୋଲନ୍ତି ଆଳୀଙ୍କି ଆଗେ ହେଲେ କହିଲୁ କି କେ ସେ ପୁଣି ତ ଏଣିକି ଆସୁଛି ମୋ ସରଣୀକି ଗୋପାଳକୃଷ୍ଣ ତ କହୁଛି

Sources

Cite this record


Last updated 2026-11-01. Record as JSON