Gīta

Kete kala hela dekhi nahu sakhi

କେତେ କାଳ ହେଲା ଦେଖି ନାହୁଁ ସହୀ

Text

Ghoṣā

କେତେ କାଳ ହେଲା ଦେଖି ନାହୁଁ ସହୀ ଶେଯ ଯାକ ତିନ୍ତିଗଲା ଲୁହ ବହି ବହି

1

ତରଣୀ ପୂଜି ଗଲୁ ଏକ୍ଷଣି ତ ଅଇଲୁ ଅଣ୍ଟିଲା ନାହିଁକି କଣ୍ଠୀରବ ମଧ୍ୟା ହାର ପରି ହୃଦେ ଥିଲୁ ରହି

2

ଆହା କି ଅସମ୍ଭବ କେ ଶୁଣିଲେ ହସିବ ବନୁ ଘେନୁ ପଛେ ବଂଶୀ ବଜାଇ ସେ ଗଲେ ବାଟ ଜଗିଥିଲୁ ତୁହି

3

ନିଶି ଦିନ କଣ୍ଠରେ ବାଲି ବୁଲିବୁ କିରେ ଏ କି ଆଲୋକିତ ଆହା ପ୍ରାଣମିତ ତୋ ଲାଗି ତ ବୁଦ୍ଧି ଦିଶୁ ନାହିଁ

4

ଲଳିତା ପଣନ୍ତରେ ମୁଖ ପୋଛି ସତ୍ୱରେ ଗୋଳି କସ୍ତୁରୀ ଚିବୁକ କରେ ଧରି ଦେଲେ ବିଚିତ୍ର ମକରୀ ଲିହି

5

ସେ ପ୍ରତିମା ନେତ୍ରର ଏ ଜୀବନ ଜୀବର ପଲକ ଅନ୍ତର ଜଗତ ଅନ୍ଧାର ଦିଶୁଛି ଗୋପାଳକୃଷ୍ଣ କହି

Sources

Cite this record


Last updated 2026-11-01. Record as JSON