Sahi antila nahin ki
ସହି ଅଣ୍ଟିଲା ନାହିଁ କି
Text
Ghoṣā
ସହି ଅଣ୍ଟିଲା ନାହିଁ କି ହେଲା ଉତ୍ତାରୁ ଏତେ ସରିକି ରେ
1
ଯା ପ୍ରସଙ୍ଗରେ ନିଜ ଅଙ୍ଗ ପାଶୋରୁ ଶ୍ରୀ ବୃନ୍ଦାରଣ୍ୟାଭିଷେକି ଆଜ ଦିନଯାକ ମୁଖ ଦେଖି ନାହୁଁ ମନେ ପଡ଼ିଲେ ନାହିଁ କି
2
କଞ୍ଚୁଲୀ ହାର ଦୂର କରି ଯାହାକୁ ହୃଦୟରେ ଧରି ଜାକି ଲୋଟୁଛନ୍ତି ଏବେ ସେ ଅବନୀ ଶେଯେ ରାଧେ ରାଧେ ବୋଲି ଡାକି
3
ଯାର ଶିର ଛାଇ ପଡ଼ିଲେ ଚରଣେ ପଳାଇ ଯାଉ ତେଣିକି ଏବେ ଦାସୀ ପଛେ ବୁଲାଇଲୁ ରାଧେ ପୋଛାଇ ନେତ୍ରୁ ପାଣିକି
4
ଅଳି ବସିଥିଲା ତୋ ପଦ ଚିହ୍ନର ଧୂଳିରେ ତାହା ବିଲୋକି ବୋଳି ହୋଇ ଯାଉ ମୁଁ ହାତ ଧଇଲି ଆଣି ଦେବି ବୋଲି ଡାକି
5
ଗୋପାଳକୃଷ୍ଣ ଭାଷଇ ମଜ୍ଜିଥିବା ମାନସ ଭାଜିଯାଇ କି ପରମାଣ କରି କହୁଥିଲେ କେଣେ ନ ଯିବି ବୋଲି କେଣିକି