Nanda nayana indibara indu
ନନ୍ଦ ନୟନ ଇନ୍ଦୀବର ଇନ୍ଦୁ
Text
Ghoṣā
ନନ୍ଦ ନୟନ ଇନ୍ଦୀବର ଇନ୍ଦୁ ତୋ ଲାଗି ଯୋଗୀ ହୋଇଗଲା ପରି ଦିଶୁଛି ଭଙ୍ଗୀ
1
ଶ୍ରୀଅଙ୍ଗରେ ବିନ୍ୟାସି ଛନ୍ଦ ଦେବତା ଋଷି ବୁଜି ଈକ୍ଷଣ ହେଉଥିଲେ ଓଳଗି
2
ଚିତ୍ତେ ଚିନ୍ତି ତୋ ରୂପ ତୋ ନାମ କରି ଜପ ନିଭୃତ ନିକୁଞ୍ଜରେ ଅଛନ୍ତି ଜଗି
3
କି ବୋଲି କହିବି ମୁଁ ବିବେକରେ ଜାଣିମୁ ସାଜ ସଜ ଏ ବେଶ ହୁଅ ଉଲାଗି
4
ମସୃଣ ସୁଘୃଣ୍ଟି ତନୁରେ ବିଭୂତିଟି ବାରଣ ହେଉ ନାହିଁ ଶିରୀଷ ଅଙ୍ଗୀ
5
ଦେଇଛନ୍ତି ଶ୍ରୀକର ଲେଖ ଦେଖ ସତ୍ୱର ଉଠ ମଠ ନ କର ପରାଣ ସଙ୍ଗୀ
6
ଗୋପାଳକୃଷ୍ଣ ବୋଲେ କୃଷ୍ଣ ପାଶେ ମିଳିଲେ ପ୍ରିୟ କଲାର ଦୋଷ ପଛକୁ ଫିଙ୍ଗି