Dhira samire basi dakuchi to naa re
ଧୀର ସମୀରେ ବସି ଡାକୁଛି ତୋ ନାଁ ରେ
Text
Ghoṣā
ଧୀର ସମୀରେ ବସି ଡାକୁଛି ତୋ ନାଁ ରେ
1
ପ୍ରାଣେଶ୍ୱରୀ ରାଧିକେ ଶ୍ରୀମତୀ ଗାନ୍ଧର୍ବିକେ ବୋଲୁ ହଜିଯାଉଛି ତୋ ଚେତନା ରେ
2
ବନେ ପ୍ରତି ବଲ୍ଲୀକି ଧେନୁ ପଶୁ ପକ୍ଷୀକି ତୋ ଅଭିଧାନରେ କରି କଳ୍ପନା ରେ
3
ତୋଳି କୁସୁମ ବାଳା ତୋ ବେଶ ପାଇଁ ମାଳା ଗୁନ୍ଥି ସେ ରଖୁଛି ଚନ୍ଦ୍ରବଦନା ରେ
4
ଧ୍ୟାନ କରୁ ତୋ ରୂପ ବହେ ଲୁହ ଅମାପ ଦ୍ୱିଗୁଣେ ବୃଦ୍ଧି ହେଲାନି ଯମୁନା ରେ
5
ତୋ ଦୋଷ ବୁଝାମଣା କରି ଛାମୁକୁ ଅଣା ଦଣ୍ଡ ଦିଅ ପଛକେ ତୁ ରୁଷନା ରେ
6
ଗୋପାଳକୃଷ୍ଣ ବୋଲେ ସେହି ସଜେ ଚଳିଲେ ପଥେ ସହୀ କହେ ଶୁଣ ସୁମନା ରେ