Gīta

Jete kahile tote kisori mani

ଯେତେ କହିଲେ ତୋତେ କିଶୋରୀ ମଣି

Text

Ghoṣā

ଯେତେ କହିଲେ ତୋତେ କିଶୋରୀ ମଣି ପ୍ରତେ ନ କରି ବୋଇଲୁ ଯେ କେ ଜାଣି

1

ସର୍ବଦା ସୁପ୍ରସନ୍ନ ସଜ କଞ୍ଜ ଲପନ ଶୁଖାଇ ନୟନରୁ ପୋଛିଲୁ ପାଣି

2

ସୁନ୍ଦର ପୁରନ୍ଦର ମୁକୁଟ ଅଳଙ୍କାର ହେଲେ କି ପଦେ ସତ ନାହିଁ ତା ବାଣୀ

3

ଅଦ୍ୱିତୀୟ ବିଦଗ୍ଧ ଧୀର ଶୀଳ ସୁସ୍ନିଗ୍ଧ ହୋଇ କି ହେବ ଜାର ବର ଅଗ୍ରଣୀ

4

ଆଉ ସେ ପରସଙ୍ଗ ବୋଲି ଦମ୍ଭରେ ଅଙ୍ଗ ଭାଙ୍ଗି ଦେଲୁ ନାହୁଁ କି ଜୃମ୍ଭାକୁ ଆଣି

5

ମନକୁ ନ ଆସିଲେ ଅସାର ଭଲ ହେଲେ ବୋଲୁ ଉଠିଗଲୁ ରେ ପ୍ରାଣ ମିତଣୀ

6

ଆସ ଆସ ଉଛୁର ହେଲାନି ଅଭିସାର କାଳ ଆଗ ସଜାଡ଼ିଦେବି ମୁଁ ବେଣୀ

7

ହେଲାନି ହେଲା କଥା ହୋଇବ କି ଅନ୍ୟଥା ଗୋପାଳକୃଷ୍ଣ ଶ୍ରୀ ଲଳିତାଙ୍କୁ ଭଣି

Sources

Cite this record


Last updated 2026-11-01. Record as JSON