Gīta

Asi jaichi sina karamaku

ଆସି ଯାଇଛି ସିନା କରମକୁ

Text

Ghoṣā

ଆସି ଯାଇଛି ସିନା କରମକୁ ରାଧା ରୁଷିବାର ଥାଇ ଶ୍ୟାମକୁ ଗୋ

1

ବ୍ରଜଯାକ ସଭେ ତାର ସେ ବୃଷଭାନୁ ଜେମାର ଏଥିରୁ ନ ଜାଣେ ତାରତମକୁ

2

କେ ହେଲେ ବିଲୋକିଛି କି ସଜନୀ ଦୁହେଁ ଦୁହିଁକି ଭ୍ରମରେ କରିବାର ଚରମକୁ

3

ଅପରାଧେ କେତେ ଥର କ୍ଷମା କରି ନାହିଁ ତାର ଯାଉ ବୋଲି ପଛ କରି ତମକୁ

4

ଆଳୀକି ଦେଖିଲେ ଯାର ପରିବାର ପରି ତାର ହୁଏ ଯେ ତେଜି ଲାଜ ସରମକୁ

5

ଜାଣି ସଜନୀ ଇଙ୍ଗିତ ଗୋପାଳକୃଷ୍ଣ ଭାଷିତ କଲା ଦୋଷ ଭେଦିଛି ମରମକୁ

Sources

Cite this record


Last updated 2026-11-01. Record as JSON