Sundara tote e riti
ସୁନ୍ଦର ତୋତେ ଏ ରୀତି
Text
Ghoṣā
ସୁନ୍ଦର ତୋତେ ଏ ରୀତି କି ରେ ନବ ରସବତୀ ସଂପ୍ରତି ଶଯ୍ୟା କଲୁ ଧରତୀ
1
ତେଜି ଅଶନ ଶୟନ ସୁବର୍ଣ୍ଣ ତୋରା ବରନ ଜୀବନ ବନ୍ଧୁ କଲୁ ମଳିନ
2
ବାଳୁତ କାଳୁ ସେ ହରି ଜାଣିଛୁ ନାଶିଛି ନାରୀ କିଶୋରୀ ଦେଲୁ କି ରେ ବିସୋରି
3
ବ୍ରଜବଧୂ ଶତଭୁକ୍ତ ମୁକ୍ତ ଜନେ ଅନରକ୍ତ ଅଯୁକ୍ତ ବୋଲୁ ହେଲୁ ଆସକ୍ତ
4
ଗୋପାଳକୃଷ୍ଣ ଭାଷଇ ଲଳିତା ଅଙ୍କେ ପକାଇ ଘେନାଇ କହିବାର ଚିହ୍ନାଇ