Bauni bauni re guna
ବାଉନି ବାଉନି ରେ ଗୁଣ
Text
Ghoṣā
ବାଉନି ବାଉନି ରେ ଗୁଣ ମଉନି ହେଲେଣି ମା ଲୋଟୁଛନ୍ତି କଳିନ୍ଦଜା ତୀର ଫୁଲବନୀ ଅବନୀରେ
1
ସୁମରି ସୁମରି ହରି ଜାଣ ତୋ ସୁଷମା ଶ୍ରୀ କିଶୋରୀ ଗାଉଥିଲେ ଗୀତ କରି ଧରି ବୀଣା ପ୍ରାଣ ସଙ୍ଗିନୀ ରେ
2
ପ୍ରସାରି କର ସାରିକି ବସାଇ ଧୀରେ ଗୋ ସ୍ୱାମିନୀକି ଡାକ ଆସିବେ ଏଣିକି ବୋଲୁ ନେତ୍ର ଥନଥନ ନୀରେ
3
ଆସୁଥିବୁ ପରା ବୋଲି ଘଡ଼ି ଘଡ଼ିକି ନବ ଛଇଳୀ ତୋଳି ସଘନେ ଭ୍ରୂବଲ୍ଲୀ ଚାହୁଁଥିଲେ ଚନ୍ଦ୍ରବଦନୀ ରେ
4
ଶ୍ୟାମ କରିବାର ଦୋଷ ସହୀ ମୋହର ହେଲା ଗୋ ଆସ ହୁଅ କି ନ ହୁଅ ବେଶ ବ୍ରଜ ଯୋଷା ଶିରମଣ୍ଡନୀ ରେ
5
ନଖରୁ ଶିଖ ପର୍ଯ୍ୟନ୍ତେ ଆଳୀ ସାଜିଲେ ବେଶ ତ୍ୱରିତେ ଗୋପାଳକୃଷ୍ଣ ପୁରତେ ଘେନିଗଲା ଲାଗ ବର୍ତ୍ତନୀ ରେ