Tote kahila pari mote charama kari
ତୋତେ କହିଲା ପରି ମୋତେ ଚରମ କରି
Text
Ghoṣā
ତୋତେ କହିଲା ପରି ମୋତେ ଚରମ କରି ମରମ ବିଦାରି ପକାଇଲା ରେ
1
ବାଟ ପାଶୋରିଲୁ ପରା ଯେ ଅଇଲୁ କେତେ ଦିନକୁ ଦୟା ହୋଇଲା ରେ
2
କରାଇଛି ବ୍ରତ ଆଜ ପୁରୋହିତ ପୁରୁଷକୁ ଅନାନା ବୋଇଲା ରେ
3
ତୁ ଭାଷନ୍ତେ ଧୀରେ କଥା ହେଲେ ଥରେ ନିଷେଧି ମଥା ତ କମ୍ପାଇଲା ରେ
4
ମୋହନଙ୍କୁ ଚାହିଁ ଚାହିଁବି ତ ନାହିଁ ତୋ ମୁଖେ ଯାଆନ୍ତୁ ବୋଇଲା ରେ
5
କୁଶଳ କି ମିତ ତୁମ୍ଭର ଯାବନ୍ତ ସଂଖୁଳିଲା ଆଗହୁଁ ଛଇଳା ରେ
6
ଗୋପାଳକୃଷ୍ଣ ସେ ବାଣୀ ଶୁଣି ଭାଷେ ଆପଣ ରୀତିକି ଯୋଗାଇଲା ରେ