Gosthakhandala kula kumuda bandhuku
ଗୋଷ୍ଠାଖଣ୍ଡଳ କୁଳ କୁମୁଦ ବନ୍ଧୁକୁ
Text
Ghoṣā
ଗୋଷ୍ଠାଖଣ୍ଡଳ କୁଳ କୁମୁଦ ବନ୍ଧୁକୁ କେ ଭୁଲାଇ ରଖିଲା ସହି ରେ କୁଞ୍ଜରୁ ଦେହଳୀକି ହେଉ ଏଣି ତେଣିକି ରଜନୀ ଅର୍ଦ୍ଧ ତ ଗଲାନି ବହି ରେ
1
ଗୁମାନ କରିଥିଲି ବୋଲିକି ମୁହିଁ କାଲି ମାନସରେ ସେ ଦୁଃଖ ଭାବି ରେ ଅଭ୍ରଲିହ ଅନଙ୍ଗ ଅନଳ କୁଣ୍ଡରେ ପକାଇ ଦେଲେ ବନ ମଧ୍ୟରେ କି କରିବି
2
ମିହିର କନ୍ୟା ତୀର ବନ୍ୟା କୁସୁମ ଶର ବିନ୍ୟାସ ମୋ ହୃଦରେ ପାଣି ରେ କହିଲେ ଆସିବାକୁ ଏ କେଶର କୁଞ୍ଜକୁ ରୁହାଇଲା କେ ତାଙ୍କୁ ବଣା କରି ସରଣୀ
3
ହାସ କର୍ପୂର ଗିର ନାରିକେଳ ସଲିଳ ଗରଳ କରାଇଲେ ପାନ ରେ ଘାରି ହେଉଛି ତନୁ ଅଧର ସୁଧା ବିନୁ ନାହିଁ ଉପାୟ ଆନ ରହିବାକୁ ଜୀବନ
4
ଶକ୍ରଦିଶ ଶିଖରୀ ଶୃଙ୍ଗେ କର ପ୍ରସାରି ଦେଲାନି ଅନା ପାପ ଶଶୀ ରେ ଆସିବେ ସେ ଆଉ କି ବୋଲୁ ମୋହନ ଲୁକି ଶୁଣୁଥିଲେ ବିଲୋକି ଗୋପାଳକୃଷ୍ଣ ହସି