Mo jibara jibana mitani re
ମୋ ଜୀବର ଜୀବନ
Text
Ghoṣā
ମୋ ଜୀବର ଜୀବନ କାହିଁକି ଆଜ ସଜ ସରସିଜ ମୁଖ କରିଛନ୍ତି ମ୍ଳାନ ମିତଣୀ ରେ
1
ଲେଉଟାଇ ଗୋଧନ ଆସୁ ସଦନକୁ ସବୁ ଦିନ ପରି ଶୁଭୁ ନାହିଁ ବଂଶୀ ସ୍ୱନ
2
ଆରାଧି ବିକର୍ତ୍ତନ ଆସିଲା ବେଳେ ହସି ହସି ଯାଚି ଦେଇ ଅଇଲି ଚୁମ୍ବନ
3
ପର୍ଣ୍ଣ ସହ ପ୍ରସୂନ କର୍ଣ୍ଣରେ ମୋର କରି ଅବତଂସ ଚଳିଗଲେନି ବହନ
4
ମୋ ଆନଟି ମୁଁ ମାନ କରି ନାହିଁ ଚନ୍ଦ୍ରାବଳୀ ମନେ ରହି ଥିବ ପରାଟି ଗୁମାନ
5
ତେଜି ବ୍ରଜ ସଦନ ଗେହପତି ମଥୁରାକୁ ଯିବା କଥା କଲେ କି ଅନୁସନ୍ଧାନ
6
ଗୋପାଳକୃଷ୍ଣ କଥନ ପୌର୍ଣ୍ଣମାସୀ ଆସି ତା ଯାକ ନିଷେଧି କଲେନି ତ ସମାଧାନ