Gīta

Mo manaru jau nahi re sangata

ମୋ ମନରୁ ଯାଉ ନାହିଁ ରେ ସଙ୍ଗାତ

Text

Ghoṣā

ମୋ ମନରୁ ଯାଉ ନାହିଁ ରେ ସଙ୍ଗାତ

1

ବ୍ରଜେନ୍ଦୁ ବୋଲି କେ ଜାଣଇ ତମାଳ ଭ୍ରମରେ ଦେଲି ଅନାଇ ରେ

2

ବରହ ମୁକୁଟ ଖଞ୍ଜଣି ଚାତୁରୀ ବିବେକ ଦେଲା ହଜାଇ ରେ

3

ରହି ରହି ଡୋଳା ଢାଳି ଦେଇ ଶ୍ରୁତି ତଟେ ଦେବାର ଥକାଇ ରେ

4

ଗୋଷ୍ଠେନ୍ଦୁ ପୁଣ୍ୟ ପୁଞ୍ଜ ଅନୁଭବକୁ ଅଛିଟି କାହାରି ପାଇଁ ରେ

5

ପୁଷ୍ପବାଟୀ ଶିଳା ବେହରଣ କଥା ଗୋପାଳକୃଷ୍ଣ କହଇ ରେ

Sources

Cite this record


Last updated 2026-11-01. Record as JSON