Ke mun ki janai ma gostha chandrama
କେ ମୁଁ କି ଜାଣଇ ମା ଗୋଷ୍ଠ ଚନ୍ଦ୍ରମା
Text
Ghoṣā
କେ ମୁଁ କି ଜାଣଇ ମା ଗୋଷ୍ଠ ଚନ୍ଦ୍ରମା ତୋ ମୁଖରୁ ସିନା ଏବେ ଶୁଣୁଛି ମା
1
ଜିଣି ନାହିଁ ଦେହଳୀ ସହୀ ଆଜକୁ ବୋଲି କୁଟିଳା କଟାଳକୁ ଡରି ଛବିକି ଦେଇଛି ଥରେ ଅନାଇ
2
କଲା କେ କି ମନ୍ତର ପରା ହୃଦେ ମୋହର ରହି ଦିଶୁଛି ଦିଶେ ଦିଶେ ପଳାଇଲେ ଆଗର ପଥ ଓଗାଳିଲେ ମୋର ଶ୍ୟାମସୁନ୍ଦର ଭୁଜ ପ୍ରସାରି ଦେଇ
3
କଳିନ୍ଦ ତନୟାକୁ କାଲି ଗାଧୋଇବାକୁ ଗଲା ବେଳେ ଏକା ହୋଇ ପ୍ରତିଛନ୍ଦ ମୂରତି ପରି ହେଲା ପ୍ରତୀତି ଦିଶୁଥିଲା ତ୍ରିଭଙ୍ଗ ଭଙ୍ଗିମା ହୋଇ
4
କେଉଁଠାରେ ସଦନ ସେ କାହାର ନନ୍ଦନ ଚାହୁଁଥିଲା ବେଣୁ ବଜାଇ ଗୋପାଳକୃଷ୍ଣ ଭାଷେ ପ୍ରାଣନାଥ ହେବେ ସେ ଲୋଡ଼ା ଲାଗିଲାନି ଦୂତୀ ତୁମ୍ଭ ପାଇଁ