Gīta

Heti ma keti kunja kutire

ହେଟି ମା କେଟି କୁଞ୍ଜ କୁଟୀରେ

Text

Ghoṣā

ହେଟି ମା କେଟି କୁଞ୍ଜ କୁଟୀରେ

1

କଳା ହୋଇ ଦିଶୁଛି ଡୋଳା ଏଣେ ଢାଳୁଛି ପଳାଇ ଆସୁଛି ବାଜୁଛି ତୁଳା କୋଟି

2

ମୃଗମଦ ଉତ୍ପଳ ଅଗରୁ ପରିମଳ ଲାଗରୁ ପ୍ରସରୁଛି କଟିରେ ପୀତ ଧଟୀ

3

ଚଳାପାଙ୍ଗିନୀ ଚାଲ ତୋଳା ନୋହୁ ସେ ଫୁଲ କଳାପୀ ପିଚ୍ଛ ଚୂଳ ଅନାଉଛି ଲେଉଟି

4

କଞ୍ଜ ଘୁମାଇଲାନି ସଞ୍ଜ ହୋଇଗଲାନି ଅଞ୍ଜନ ନିଭ ନବଘନ ଆସିଲା ଘୋଟି

5

ଗୋପାଳକୃଷ୍ଣ ଭାଷେ ହେପା ନ କର କି ସେ କ୍ଷପାକର ଲପନ ଆସୁଛନ୍ତି ପାଛୋଟି

Sources

Cite this record


Last updated 2026-11-01. Record as JSON